• ୨୫୦ ଗ୍ରାମ୍ ରୋହୀ ମାଛ
  • ୨ ଟି ପିଆଜ
  • ୮ ପାଖୁଡା ରସୁଣ
  • ୧ ଗୋଟା ଟମାଟୋ
  • ୧ ଚାମୁଚ୍ ଗରମ୍ ମସଲା
  • ୩ ଚାମୁଚ ତେଲ
  • ୪ ଗୋଟି ଲାଲ୍ ଲଂକା
  • ଦରକାର ଅନୁଯାୟୀ ଲୁଣ ଓ ହଳଦୀ

Rohi Macha Masala – ରୋହୀ ମାଛ ମସଲା ରାନ୍ଧିବା ପ୍ରଣାଳୀ

ପ୍ରଥମେ ରୋହୀ ମାଛ କୁ ଭଲ ଭାବେ ଧୋଇ ରଖନ୍ତୁ,
ତା ପରେ ସେଥିରେ ଲୁଣ ଓ ହଳଦୀ ଗୋଳେଇ ଦିଅନ୍ତୁ,
କଡେଇ ରେ ତେଲ ଗରମ କରି ମାଛ କୁ ଭାଜି ଦିଅନ୍ତୁ,
ପିଆଜ , ରସୁଣ ଓ ଲଂକା କୁ ଭଲ କରି ବାଟି ଦିଅନ୍ତୁ,
ଟମାଟୋ କୁ କାଟି ରଖନ୍ତୁ ,
କଡେଇ ରେ ଅଳ୍ପ ତେଲ ଗରମ କରି ବଟା ମସଲା ଓ ଟମାଟୋକୁ କସନ୍ତୁ,
ମସଲା ଭଲ ଭାବେ ବାସନା ଆସିଲେ ସେଥିରେ ଅଧ କପ୍ ପାଣି ଓ ମାଛ ଭଜା ପକେଇ ୫ ମିନିଟ୍ ଫୁଟାନ୍ତୁ.
ତା ପରେ ସେଥିରେ ଗରମ୍ ମସଲା ପକେଇ ଓଲ୍ହେଇ ଦିଅନ୍ତୁ.